ବାଲେଶ୍ବର,୨୪ା୮: ଭାରତ ଓଡ଼ିଶା ଉପକୂଳରେ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର ବାହିନୀର ବିକାଶକାରୀମାନଙ୍କୁ ଉଡ଼ାଣ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି। ଓଡ଼ିଶା ଉପକୂଳରୁ ଶନିବାର ଅପରାହ୍ଣ ସାଢ଼େ ୧୨ଟାରେ ଏହି ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି। ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ଆଧାରିତ ଲକ୍ଷ୍ୟଭେଦକାରୀ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର (ଡିଇଡବ୍ଲୁ) ମଧ୍ୟ ଖଞ୍ଜା ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |