ଭୁବନେଶ୍ବର, ୨୪।୮: ଓୟୁଏଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ସୁବିଧା । ରବିବାର ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ଓ୍ବାଇଫାଇ କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି କନକବର୍ଦ୍ଧନ।ରାଜ୍ୟପାଳ ଆହୁରି କହିଛନ୍ତି, ଓଡ଼ିଶା ମାଛ ଚାଷ, ଅଣ୍ଡା ଚାଷ, ପୋଲଟ୍ରିରେ ପଛରେ ରହିଛି । ଆନ୍ଧ୍ରପ୍ରଦେଶ ପରି ଓଡ଼ିଶାରେ ସମସ୍ତ ସୁବିଧା ରହିଛି । ମିଶ୍ରିତ ଚାଷକୁ ଆପଣେଇବା ପାଇଁ ପରାମର୍ଶ ଦେଲେ ରାଜ୍ୟପାଳ । ଆନ୍ଧ୍ରରେ କିପରି ହେଉଛି ମାଛ ଚାଷ ଉଦାହରଣ ଦେଲେ । ଆନ୍ଧ୍ରପ୍ରଦେଶ ୨୦ ହଜାର କୋଟି ଟଙ୍କାର ମରାଇନ ଏକ୍ସପର୍ଟ କରୁଛି । ଓଡ଼ିଶା ଚାଷୀ କରିପାରିବେ । ଧାନ ଚାଷ ସହ ପୋଖରୀ କରିକି ମାଛ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଓୟୁଏଟି ଟ୍ରେନିଂ ଆଉ ଓ୍ବାର୍କସପ୍ କରୁଛି । କିନ୍ତୁ ଗୋଟେ ପ୍ରୋଜେକ୍ଟ ପ୍ରୋଫାଇଲ ବୁକ୍ ଲେଖିବା ପାଇଁ ଓ ଚାଷୀଙ୍କୁ ଜଣାଇବା ପାଇଁ ଓୟୁଏଟିକୁ ପରାମର୍ଶ ଦେଲେ । ସେହିଭଳି ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ଖୋଲିବ ଫିସରୀ କଲେଜ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ । ସାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭାରତ ଚାଇନାରୁ ଫସଫେଟ୍ ଓ ୟୁରିଆ ଆମଦାନୀ ବନ୍ଦ କରିଛି । ତେଣୁ କିଛି ସମୟ ପାଇଁ ମିଳିବାରେ ଅସୁବିଧା ଦେଖା ଦେଇଥିଲା । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଫର୍ଟିଲାଇଜର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଜଣାଇ ଚିଠି ଲେଖିଛନ୍ତି । ସାର ମିଳିବା ଆରମ୍ଭ ହୋଇଛି । ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । କେନ୍ଦ୍ରମନ୍ତ୍ରୀ ସାର ପଠାଇଛନ୍ତି । ଏବେ ଚାଷୀଙ୍କୁ ସାର ଦିଆ ଚାଲିଛି । ଏହାସହ ରାସାୟନିକ ସାର ବ୍ୟବହାର ନକରି ଜୈବିକ ସାର ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |