ଆଜି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସର ବଡ଼ ବୈଠକ

ଭୁବନେଶ୍ୱର,୨୫ା୮: ଆଜି ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ତୃଣମୂଳସ୍ତରରେ ସଙ୍ଗଠନ ସଜାଡ଼ିବା ପାଇଁ ଯୁବବର୍ଗଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବ କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଅଜୟ ଲଲୁ ଓ ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ରହିବେ। ଏଥିସହିତ ସଙ୍ଗଠନ ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ଯୋଗ ଦେବେ। ଏହି ସଦସ୍ୟମାନଙ୍କୁ ରାହୁଲ କିଛି ଦଳୀୟ ସଂଗଠନ ନେଇ ପରାମର୍ଶ ଦେବେ। ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲା ସଭାପତି ଚୟନ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।ଭକ୍ତଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସଙ୍ଗଠନ କିଭଳି ଅଧିକ ମଜଭୁତ ହେବ ସେଥିପାଇଁ ରାହୁଲ ସ୍ବତନ୍ତ୍ର ଟିପ୍ସ ଦେବେ। ରାଜ୍ୟ କଂଗ୍ରେସର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ବିଶେଷ କରି କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲାର ସଭାପତି ଚୟନ ନିଷ୍ପତ୍ତି ପାଇଁ ଆଲୋଚନା ହେବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!