ନୂଆଦିଲ୍ଲୀ ,୨୫।୮: ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍ ଯାତ୍ରା|ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ ଝଟକା। ଅର୍ଥାତ୍ ମେଟ୍ରୋ ଟ୍ରେନ୍ରେ ଯାତ୍ରା ପାଇଁ ଭଡା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏବେ ଯାତ୍ରୀଙ୍କୁ ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି )ପକ୍ଷରୁ କୁହାଯାଇଛି ଯେ, ମେଟ୍ରୋ ସେବାରେ ଯାତ୍ରୀଙ୍କୁ ଆଜି ଅର୍ଥାତ୍ ୨୫ ଅଗଷ୍ଟ ୨୦୨୫ (ସୋମବାର)ରୁ ଦାମ୍ରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ଠାରୁ ଯାତ୍ରାର ଦୂରତା ଅନୁଯାୟୀ, ୧ରୁ ୪ ଟଙ୍କା ଅତିରିକ୍ତ ଦେବାକୁ ପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |