ରେଖା ଗୁପ୍ତାଙ୍କ ‘Z’ ସିକ୍ୟୁରିଟି ପ୍ରତ୍ୟାହାର

ନୂଆଦିଲ୍ଲୀ ,୨୫।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ କେନ୍ଦ୍ର ଯୋଗାଇ ଦେଇଥିବା ସିଆରପିଏଫର ‘ଜେଡ୍’ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି। ଅଧିକାରୀକ ସୂତ୍ରରୁ ସୋମବାର ଏହି ସୂଚନା ଦିଆଯାଇଥିବା ବେଳେ କୁହାଯାଇଛି ଯେ ତାଙ୍କ ସୁରକ୍ଷା ଦାୟିତ୍ୱ ପୁଣି ଥରେ ଦିଲ୍ଲୀ ପୋଲିସ ଉପରେ ନ୍ୟସ୍ତ ହୋଇଛି । କିଛି ଦିନ ପୂର୍ବରୁ ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ତାଙ୍କୁ  ‘ଜେଡ’ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ୨୦ ଅଗଷ୍ଟ ସକାଳେ ସିଭିଲ ଲାଇନ ଅଞ୍ଚଳରେ ଥିବା ତାଙ୍କ ଅଫିସରେ ‘ଜନ ଶୁଣାଣି’ ଚାଲିଥିବା ବେଳେ ଗୁଜରାଟ ରାଜକୋଟର ଜନୈକ ବ୍ୟକ୍ତି ଆକ୍ରମଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆକ୍ରମଣକୁ ‘ତାଙ୍କ ହତ୍ୟାର ସୁନିୟୋଜିତ ଷଡ଼ଯନ୍ତ୍ର’ ବୋଲି କହିଥିଲା। ଏହି ଘଟଣାର ଦିନକ ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଭିଭିଆଇପିଙ୍କୁ ଯୋଗାଇ ଦିଆଯାଉଥିବା ସିଆରପିଏଫର ‘ଜେଡ’ ଶ୍ରେଣୀ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସୋମବାର ରେଖା ଗୁପ୍ତାଙ୍କ ସିଆରପିଏଫ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ଏବେ ଦିଲ୍ଲୀ ପୋଲିସ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ସୂତ୍ର ଅନୁସାରେ ସିଆରପିଏଫ ସୁରକ୍ଷା ବଢାଇବାର ଆଦେଶ କେନ୍ଦ୍ର ଦ୍ୱାରା ଔପଚାରିକ ରୂପେ ଜାରି କରାଯିବାର ଥିଲା। ତେବେ ଯୋଜନା ପରିବର୍ତ୍ତନ ହୋଇଥିବା ବେଳେ ସୁରକ୍ଷା ପ୍ରତ୍ୟାହାର କରିନେବାକୁ ଆଦେଶ ଜାରି ହୋଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!