ଭୁବନେଶ୍ୱର,୨୬।୮: ଆସନ୍ତା କାଲି ମିଳିବ ସିଏମ କିଷାନ ଟଙ୍କା ।ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା ।ରାଜ୍ୟର ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ଏହି ଟଙ୍କା । ନୂଆଖାଇ ଅବସରରେ ଚାଷୀଙ୍କୁ ଟଙ୍କା ଦେଇ ଉପକୃତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରରୁ ଏହି ଟଙ୍କା ବଣ୍ଟା ଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |