ଲୋକଙ୍କୁ ଫୋନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୮: ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ସାଧାରଣ ଲୋକଙ୍କୁ ଫୋନ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ। ସ  ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।ସାଧାରଣ ଲୋକଙ୍କୁ ଫୋନ୍ କରିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ନେବେ ଫିଡବ୍ୟାକ୍ । ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ଆଜିଠୁ ରାଜ୍ୟରେ ଆରମ୍ଭ ହେବ `ଆମ ଶାସନ’ । ଜନସେବାର ଏହି ନୂତନ ପଦକ୍ଷେପକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନେବେ ସରକାର । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ମତାମତ ଦେଇପାରିବେ ସାଧାରଣ ଜନତା ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!