ଆନ୍ଦୋଳନରୁ ଓହରିଲେ ରାଜସ୍ଵ ସଂଘ

ଭୁବନେଶ୍ଵର,୨୬।୮: ଥମିଲା ଅମଲା ଆନ୍ଦୋଳନ । ଆଜିଠୁ କାର୍ଯ୍ୟରେ ଯୋଗଦେବେ​ ରାଜସ୍ଵ ବିଭାଗର ଅମଲାମାନେ। ଅମଲା ସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିଲେ । ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଥିଲେ ।୧୫ ଦିନ ପରେ ରାଜସ୍ଵ ଅମଲାଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲାମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ବନ୍ୟା ସ୍ଥିତି  ଏବଂ ପୂଜା ପାର୍ବଣକୁ ଦୃଷ୍ଟି ରଖି ମଧ୍ୟ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଅମଲା ସଂଘ ସଭାପତି। ୧୪ ଦିନ ହେଲା ରାଜସ୍ଵ ଅମଲା କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ। ଫଳରେ ରାଜସ୍ଵ କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଥିଲା। କାମ ଛାଡି ଆନ୍ଦୋଳନ କରୁଥିବା ଅମଲା ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ମାନଙ୍କୁ ତାଗିଦ କରାଯାଇଥିଲା। ଏ ନେଇ ସୋମବାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ  ଚିଠି ମଧ୍ୟ କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ସହ ଅମଲା ସଂଘର ଆଲୋଚନା ପରେ ରାଜସ୍ଵ କର୍ମଚାରୀଙ୍କ ଦାବି ପୂରଣ  କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!