ଗଣେଷ ପୂଜାରେ ବାଜିବନି ଡିଜେ

ଭୁବନେଶ୍ୱର ,୨୬।୦୮ :  କଟକ ପରେ ଭୁବନେଶ୍ୱରର କଟକଣା । ଆଗାମୀ ଗଣେଷ ପୂଜାକୁ ଦୃଷ୍ଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଲା କଟକଣା । ଏଥର ରାଜଧାନୀରେ ଗଣେଷ ପୂଜାରେ ବାଜିବନି ଡିଜେ । କମ୍‌ ସାଉଣ୍ଡରେ ବାଜିପାରିବ ଭକ୍ତି ସଙ୍ଗୀତ । ଗଣେଷ ପୂଜା  ପାଇଁ ସବୁ ପୂଜା ପେଣ୍ଡାଲ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନ୍‌ ଅନୁସାରେ, ଗଣେଷ ପୂଜାରେ ବାଜିବନି ଡିଜେ। କମ୍‌ ସାଉଣ୍ଡରେ ବାଜିପାରିବ ଭକ୍ତି ସଂଗୀତ। ଏହାସହିତ ରାସ୍ତା ଉପରେ ବି ଲାଗିବନି ବଡ଼ ବଡ଼ ତୋରଣ। ପ୍ରତି ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ପୂଜା ସମୟରେ ଦାଦା ବଟି ଆଦାୟ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।  ସେହିପରି ରାତି ୧୦ ପରେ ମଲୋଡିକୁ ମନା କରିଛି କମିଶନରେଟ୍‌ ପୋଲିସ । ବାକି ଭସାଣ ଉତ୍ସବ ସମୟରେ ଆତସବାଜି ଫୁଟିବନି ।  ଏହାସହିତ ନିଶାମୁକ୍ତ ପୂଜା ପେଣ୍ଡାଲ ପାଇଁ ପୋଲିସର ଗୁରୁତ୍ୱ । ତେବେ ପୂଜା ମାହୋଲକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖାସ୍‌ କରି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବ କମିଶନରେଟ୍ ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!