ଭୁବନେଶ୍ୱର,୧।୯: ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି।ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦୀପକୁ ମିଶାଇ ଗୋଟିଏ ଜୋନ ହେବାକୁ ଥିବା ବେଳେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇ ଏହି ଜୋନ କରାଯିବ। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |