କମିଲା ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ଶସ୍ତା ହୋଇଛି  ଏଲପିଜି ସିଲିଣ୍ଡର । ତୈଳ କମ୍ପାନୀ ସିଲିଣ୍ଡର ଦାମ ୫୧ ଟଙ୍କା ୫୦ ପଇସା କମାଇ ଦେଇଛନ୍ତି । ସୋମବାର ଆର୍ଥିକ କ୍ଷେତ୍ରରେ ୭ଟି ବଡ ପରିବର୍ତ୍ତନ ହୋଇଛି। ଯାହା ସର୍ବସାଧାରଣଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି,କ୍ରେଡିଟ୍‌ କାର୍ଡ, ଆୟକର ଟ୍ୟାକ୍ସ ଦେବା, ଭାରତୀୟ ଡାକ ସେବାର ନିୟମ, ଏଫଡି ସ୍କିମ୍‌ ଆଦି ସହ ଏସବୁ ପରିବର୍ତ୍ତନ ଜଡିତ ରହିଛି । ତେବେ ଏହି ଗ୍ୟାସ୍ ଦାମରେ ଏହି ହ୍ରାସ କେବଳ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ପାଇଁ ହୋଇଛି । ଏବେ ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ଗୋଟିଏ ବାଣିଜ୍ୟିକ ସିଲିଣ୍ଡର କିଣିବାକୁ ୧୫୮୦ ଟଙ୍କା ଦେବାକୁ ପଡ଼ିବ ।ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ଆରମ୍ଭରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦାମ ହ୍ରାସ ପାଇଥିଲା । ସେତେବେଳେ ବି ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ ଦର କମି ନଥିଲା । ସେପ୍ଟେମ୍ବର ଆରମ୍ଭରେ ବି ଘରୋଇ ଗ୍ୟାସ ଦର ସ୍ଥିର ରହିଛି । ଘରୋଇ ଗ୍ୟାସ ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବାଣିଜ୍ୟିକ ସିଲିଣ୍ଡର ଦର କମିଥିବା ବେଳେ ନୂଆଦର ଆଜି ଅର୍ଥାତ୍ ସେପ୍ଟମ୍ବର ୧ରୁ ଲାଗୁ ହୋଇଛି ।ପୂର୍ବରୁ ଗୋଟିଏ ୧୯ କେଜି ବାଣିଜ୍ୟିକ ସିଲିଣ୍ଡର ପାଇଁ ଦିଲ୍ଲରେ ୧୬୩୧ ଟଙ୍କା ୫୦ ପଇସା ଦେବାକୁ ପଡ଼ୁଥିଲା । ଏଣିକି ୧୫୮୦ ଟଙ୍କା ଦେବାକୁ ହେବ । ସେହିଭଳି କୋଲକାତାରେ ପୂର୍ବରୁ ୧୭୩୪ ଟଙ୍କା ୫୦ ପଇସା ରହିଥିଲା ଏବେ ୧୬୮୪ ଟଙ୍କାରେ ମିଳିବ । ମୁମ୍ବାଇରେ ଦର ୧୫୮୨ ଟଙ୍କା ୫୦ ପଇସା ରହିଥିଲା ଏବେ ୧୫୩୧ ଟଙ୍କା ୫୦ ଦେବାକୁ ପଡ଼ିବ ।ଗୋଟିଏ ପଟେ ବାଣିଜ୍ୟିକ ସିଲିଣ୍ଡର ଦାମ ଖସୁଥିବା ବେଳେ ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏବେ ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ପାଇଁ ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨ ଟଙ୍କା ଦେବାକୁ ପଡ଼ୁଛି ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡର ନିୟମ ପରିବର୍ତ୍ତନ କରିଛି। ଜାରି କରାଯାଇଥିବା କିଛି କ୍ରେଡିଟ୍ କାର୍ଡ ପାଇଁ ପୁରସ୍କାର ପଏଣ୍ଟକୁ ପରିବର୍ତ୍ତନ କରିଛି। ଏବେ କ୍ରେଡିଟ୍ କାର୍ଡଧାରୀଙ୍କୁ ଡିଜିଟାଲ୍ ଗେମିଂ, ଅନଲାଇନ୍ ଗେମିଂ ଏବଂ ସରକାରୀ ୱେବସାଇଟ୍‌ରେ କାରବାର ପାଇଁ ପୁରସ୍କାର ପଏଣ୍ଟ ମିଳିବ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!