କଟାଗାଁକୁ ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେବା ପାଇଁ ଦାବିକଳେ ୧୦ ଟି ପଂଚାୟତର ସାଧାରଣ ଜନତା

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୧।୯:-କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ତାରାଗାଁ ପଂଚାୟତ ସ୍ଥିତ କଟାଗାଁ କୁ ନୂତନ ବ୍ଲକ ମାନ୍ୟତା ଦେବା ପାଇଁ ଦାବୀ ବର୍ତ୍ତମାନ ଯୋର ଧରିବାରେ ଲାଗିଛି। ଏନେଇ ଆଜି ତାରାଗାଁ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜନ କରାଯାଇଛି | ଆୟୋଜିତ ଉକ୍ତ ବୈଠକରେ ୧୦ ଗୋଟି ପଂଚାୟତ ର ସମସ୍ତ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ୱାର୍ଡ ମେମ୍ବର ଙ୍କ ସମେତ ଅଞ୍ଚଳ ର ଜ୍ଞାନୀଗୁଣି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ସହସ୍ରାଧିକ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଛି | ପ୍ରକାଶ ଥାଉକି, କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ୧୦ ଗୋଟି ପଂଚାୟତ ଯଥା:-ତାରାଗାଁ, ବଡ଼ଗୁମୁଡା, ଆଟିଗାଁ,ଵାଲେଙ୍ଗା, ଏକୋରୀ, ମୋତିଗାଁ,ବାଙ୍କୁଲୀ,ଏମ କାରାଗାଁ, ବି.ଏମ.ସେମଳା ଓ ଟେମରା଼ ପଂଚାୟତବାସୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ୪୦ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଯିବାକୁ ପଡୁଥିବା ଯୋଗୁଁ ସବୁବେଳେ ହଇରାଣ ହୋଇଆସୁଛନ୍ତି | ବ୍ଲକ କାର୍ଯ୍ୟାଳୟର କାମ ହେଉ ଅଥବା ମେଡିକାଲ କାର୍ଯ୍ୟ ହେଉ ଓ ତହସିଲ କାର୍ଯ୍ୟ ହେଉ ସବୁଥିରେ ଅସୁବିଧା ଭୋଗିଆସୁଥିବା ବେଳେ ପ୍ରଶାସନିକ ସୁବିଧା ମଧ୍ୟ ଠିକ ଭାବେ ଏହି ସବୁ ଅଞ୍ଚଳବାସୀଙ୍କ ପାଖରେ ପହଂଚି ପାରୁନାହିଁ | ବେଳେବେଳେ ପ୍ରଶାସନ ମଧ୍ୟ ଏହିସବୁ ଅଞ୍ଚଳକୁ ଅଣଦେଖା କରୁଥିବା ଅଂଚଳବାସୀ ଦାବୀ କରିଆସୁଛନ୍ତି | ତେଣୁ କଟାଗାଁ ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେଲେ ଉପରୋକ୍ତ ୧୦ ଗୋଟି ପଂଚାୟତବାସୀ ଉପକୃତ ହେବେ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା | ପୂର୍ବରୁ ମଧ୍ୟ ୨୦୧୪ ମସିହାରୁ କଟାଗାଁକୁ ସ୍ୱତନ୍ତ୍ର ବ୍ଲକ ପାଇଁ ଦାବୀ ହୋଇଆସୁଛି |ହେଲେ ସେ ସମୟର ସରକାର ଅଂଚଳବାସୀଙ୍କ ଦାବୀକୁ ଭ୍ରୁକ୍ଷେପ ନ କରିବାରୁ ଅଞ୍ଚଳବାସୀଙ୍କୁ କୌଣସି ସୁଫଳ ମିଳିନଥିଲା |ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଞ୍ଚଳବାସୀଙ୍କୁ ଏକ ନୂତନ ଆଲୋକ ଦୃଶ୍ୟମାନ ହୋଇଛି |ତେଣୁ ଏହି ଦାବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେବା ନେଇ ଆଜି ସ୍ଥିର କରାଯାଇଛି | ଅନ୍ୟପଟେ କୋଷାଗୁମୁଡା ବ୍ଲକ ସ୍ଥିତ କୋଡ଼ିଙ୍ଗା ଅଂଚଳବାସୀ ମଧ୍ୟ କିଛି ପଂଚାୟତର ସମର୍ଥନ ନେଇ ବିଗତ ଦିନରେ କୋଡ଼ିଙ୍ଗା କୁ ନୂତନ ବ୍ଲକ ଗଠନ ଦାବୀ ରେ ବସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ବର୍ତ୍ତମାନ ସରକାର ଉଭୟ କୋଡ଼ିଙ୍ଗା ଏବଂ କଟାଗାଁ ରୁ ଉଠୁଥିବା ଦାବୀକୁ କେତେ ଗୁରୁତର ସହ ନେଇ କାହା ଦାବୀ କୁ ପ୍ରାଧାନ୍ୟ ଦେବେ ତାହା ଦେଖିବାକୁ ବାକି ରହିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!