ଭୁବନେଶ୍ବର,୧।୯: ବରମୁଣ୍ଡା ପୁରୁଣା ବସଷ୍ଟାଣ୍ଡର କ୍ଷତିଗ୍ରସ୍ତ ଦୋକାନୀମାନଙ୍କ ପାଇଁ ଖୁସି ଖବର । ବିଡିଏ ଭାଇସ୍ ଚେୟାରମ୍ୟାନ ଡ.ଏନ୍ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି।ଆସନ୍ତା ୧୦ ଦିନ ମଧ୍ୟରେ ୧୨୦ ଜଣଙ୍କୁ ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ ମଧ୍ୟରେ ଥିବା ଦୋକାନ ଘରକୁ ଲଟେରୀ ମାଧ୍ୟମରେ ବଣ୍ଟନ କରାଯିବ । ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ ଥିଲା, ଯାହା ଏବେ ଦୂର ହୋଇଛି ବୋଲି କହିଛନ୍ତି କହିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ। ଲଟେରୀ ଜରିଆରେ ଦୋକାନ ଗୃହ ପାଇବେ ଦୋକାନୀ। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ। ସିଲେକ୍ସନ୍ ବି ସରିଛି। ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ ଅଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |