ବାଲେଶ୍ୱର, ୨।୯ : ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ରାସ୍ତାରେ ସୃଷ୍ଟି ହେଲା ନଦୀ ଭ୍ରମ ।ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଚି ପୋଲ, ନୁଆସାହି, ତେଲେଙ୍ଗା ସାହି ଛକ ଆଦିରେ ବର୍ଷା ଜଳ ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ଅରଡ଼ ବଜାର ଓ କଂଗ୍ରେସ ଗଳିରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଳ ନିଷ୍କାସନକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତିରେ ବିଜୁଳି,ଘଡଘଡି ସହ ପ୍ରବଳ ବର୍ଷା ଯୋଗୁ ସହରର ପରିସ୍ଥିତି ବେହାଲ ହୋଇପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |