ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) , ୨।୯ :-ଡାବୁଗାଁ ସଦର ମହାକୁମା ସ୍ଥିତ ରେଲିସାହିରେ ହେଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ । ଏବର୍ଷ ଧୁମଧାମରେ ପାଳନ କରିବା ପାଇଁ ସ୍ଥିର କରିଛନ୍ତି ସହି ବାସିନ୍ଦା ଏବଂ ଗଜଲକ୍ଷ୍ମୀ ପୂଜା କମିଟି । ଆଜି ଡାବୁଗାଁ ସ୍ଥିତ ଅଙ୍ଗିନଦୀ ଠାରୁ ସମ୍ପୂର୍ଣ ରୀତି ନୀତିରେ ମୁଖ୍ୟପୂଜକ ଚୈତନ୍ୟ ଦାସ,ରଂଜିତ ଘଡାଇ,ଗୋବିନ୍ଦ ପଣ୍ଡା,ମୂର୍ତ୍ତି କାରିଗର ତିରୁପତି ଜେନା ତଥା ଅନ୍ୟପୂଜକ ମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନାକରି ମାଟି ଅନୁକୁଳ କରାଯାଇଛି । ଆଜି ଏହି ଅବସରରେ ପୂଜକ ମାନଙ୍କ ସହ ପୂଜାକମିଟି ସଦର୍ଶମାନେ ପାପନା ରେଲି ,ରାମ ରେଲି ଜଗନ୍ନାଥ ରେଲି,ମନୁ ରେଲି,ତାରିଣୀ ରେଲି, ଭଗବାନ ରେଲି ସମେତ ଅନ୍ୟ ସଦର୍ଶ ମାନେ ମଧ୍ୟ ଉପସ୍ଥିତ ଥିଲେ ତତସଙ୍ଗେ ସଙ୍ଗେ ଶତାଧିକ ଗ୍ରାମବାସି ଉପସ୍ଥିତ ଥିଲେ । ଗଜଲକ୍ଷ୍ମୀ ପୂଜା ମଣ୍ଡପ ପାଖରେ ଅନୁକୂଳ ହୋଇ ଆସିଥିବ ମଟିକୁ ସାହିର ମାଁ ଭଉଣୀ ମାନେ ପୂଜାର୍ଚ୍ଚନା କରି ମଣ୍ଡପକୁ ପଛୁଟି ନେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |