ଭାରତରୁ ବିଦା ହେବେ ବେଆଇନ ପ୍ରବାସୀ, ଅଛନ୍ତି ୨୦ ଲକ୍ଷ ବାଂଲାଦେଶୀ

ନୂଆଦିଲ୍ଲୀ,,୨।୯: :ସେପ୍ଟେମ୍ବର ୧ ତାରିଖରୁ ଦେଶରେ ଇମିଗ୍ରେସନ ଏବଂ ଫରେନ ଆକ୍ଟ(୨୦୨୫) ଲାଗୁ ହୋଇଯାଇଛି। ଏହି ନୂଆ ଆଇନରେ ପାସପୋର୍ଟ, ଭିସା ଓ ଇମିଗ୍ରେସନରେ ଆଇନକୁ କଡ଼ାକଡ଼ି କରି କରାଯାଇଛି। ଏହି ଆଇନରେ ହୋଟେଲ, ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସୁଥିବା ବିଦେଶୀଙ୍କ ବିଷୟରେ ଅଧିକାରୀମାନଙ୍କୁ ରିପୋର୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ଦେଶରୁ ବିଦା କରିବା କ୍ଷେତ୍ରରେ ଇମିଗ୍ରେସନବ୍ୟୁରୋରକୁକ୍ଷମତାକୁବୃଦ୍ଧିକରାଯାଇଛି| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ ଅବୈଧ ପ୍ରବାସ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଡେମୋଗ୍ରାଫି ମିଶନ୍ ଗଠନ କରିବାକୁ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧ ରୁ ନିୟମ ଲାଗୁ ହୋଇଯାଇଛି। ସୂଚନା ଥାଉକି, ବଜେଟ ଅଧିବେଶନ ସମୟରେ ଏହି ବିଲ୍ ସଂସଦରେ ଗୃହୀତ ହୋଇଥିଲା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୪ ତାରିଖରେ ଏହାକୁ ଅନୁମୋଦନ ଦେବା ପରେ ଏହା ଆଇନରେ ପରିଣତ ହୋଇଥିଲା।ବିଲ ପାସ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେଉଁ ବିଦେଶୀମାନେ ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟ ପାଇଁ ଆସିବେ ସେମାନଙ୍କୁ ସ୍ୱାଗତ କରାଯିବ। କିନ୍ତୁ ଏ ଦେସ ଏକ ଧର୍ମଶାଳା ନୁହେଁ ବୋଲି ଶାହ ଜୋର୍ ଦେଇଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!