ପୁରୀ ୦୪/୦୯: ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥୀ । ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ଜନ୍ମ ହୋଇଥିଲେ ବାମନ । ଏଣୁ ଏହି ସ୍ମୃତିକୁ ନେଇ ଦ୍ୱିପ୍ରହର ଧୂପପରେ ଶ୍ରୀମନ୍ଦିରରେ ଏହି ଜନ୍ମ ନୀତି ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।ମଧ୍ୟାହ୍ନ ଧୂପ ଆସିବା ପରେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୧୦ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱାର ଫିଟିବା ପରେ ପରେ ଭକ୍ତମାନେ ଯେମିତି ପୂର୍ବରୁ ଦର୍ଶନ କରୁଥିଲେ ସେମିତି କରିପାରିବେ ବୋଲି ସୂଚନା ଦିଆଯାଇଛି ।ସେପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ। ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବେ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |