କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ

ନୂଆଦିଲ୍ଲୀ,,୪ା୯:  କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ। ପୂର୍ବରୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ GST ରହିଥିଲା। ଏହାକୁ ହ୍ରାସ ପାଇଁ ବାରମ୍ବାର ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ।ଗତକାଲି GST କାଉନସିଲ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ହୋଇଛି। କେନ୍ଦୁପତ୍ର ଉପରେ ଏଣିକି ୧୮ ନୁହେଁ, ୫% GST ରହିବ ବୋଲି ନିଷ୍ପତ୍ତି ହୋଇଛି। ଯାହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମଝୀ । ଦିଲ୍ଲୀ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ବାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ବହୁମାତ୍ରାରେ ଉପକୃତ ହେବେ କୃଷି ଯନ୍ତ୍ରପାତି ଉପରେ ଟିକସ ହ୍ରାସ ହେବ।କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଏହାଦ୍ବାରା ମଧ୍ୟବିତ୍ତ ପରିବାର ବେଶୀ ଉପକୃତ ହେବେ। ସେସ୍ କମିବା ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ। କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରେସ ମିଟ କରିଛନ୍ତି ।କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ ଜିଏସଟି ୧୮%ରୁ ୫ %କୁ ହ୍ରାସ ହୋଇଛି ।ଏ ନିଷ୍ପତ୍ତିରେ ଓଡ଼ିଶାର କେନ୍ଦୁପତ୍ର ତେଳାଳି ଉପକୃତ ହେବେ । କେନ୍ଦୁପତ୍ର ବିକ୍ରି ବଢ଼ିବ ।ଅନ୍ୟପଟେ କୃଷି ଉପକରଣରେ ଜିଏସଟି ହ୍ରାସ ପାଇବ । କୃଷକଙ୍କ ଖର୍ଚ୍ଚ କମିବ । ସେସ୍ କମିବା ଓଡ଼ିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ।କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭାନ୍ୱିତ ହେବ । ବ୍ୟବସାୟୀଙ୍କୁ ୩ରୁ ୪ ଗୁଣା ଅଧିକ ଲାଭ ମିଳିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!