ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର

ଭୁବନେଶ୍ୱର,୪ା୯: ଆସନ୍ତା ୧୭ ତାରିଖ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର।  ସୂଚନା ଦେଲେ ପଞ୍ଚାୟତ ମନ୍ତ୍ରୀ ରବିନାରାୟଣ ନାୟକ।ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ଯୋଜନାରେ ସାମିଲ।୫୦ ହଜାର ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିବେ ଅନ୍ତ୍ୟୋଦୟ ଘର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖରେ ଏହି ଅନ୍ତୋଦୟ ଘର ବଣ୍ଟାଯିବ । ଏନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇଛି । ନଭେମ୍ବରରେ ପିଏମ୍‌ ଆବାସର କାର୍ଯ୍ୟାଦେଶ ଦିଆଯିବ ।ନୂଆ ପିଏମ୍‌ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ,କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!