ପୂଜାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ,ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର

ଭୁବନେଶ୍ବର, ୪।୯: ପୂଜାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର।  ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ସାମାନ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂଜାରେ ପାର୍କିଂକୁ ଗୁରୁତ୍ତ୍ବ ଦିଆଯାଇଛି। ପାର୍କିଂ ନ ଥିଲେ ପଡିବନି ମିନା ବଜାର । ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜାକମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ବାର୍ତ୍ତା ବାଣ୍ଟିବ ପୁଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦିଆଯାଇଛି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, ୱାଟକୋ, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!