ଭୁବନେଶ୍ୱର, ୫।୯: ଗୁରୁ ଦିବସରେ ଗର୍ଜିଲେ ଶିକ୍ଷକ। ୫ ଦଫା ଦାବିରେ ଲୋୟର ପିଏମଜିରେ ଏକାଠି ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା। ବ୍ଲକ ଗ୍ରାଣ୍ଟ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହ ପେନସନ ଦାବିରେ ସରକାର ବିରୋଧରେ ଏକାଠି ହୋଇଛି ସଂଘ।ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଅବସର ନେଇଥିବା ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମାକୁ ୬୦ରୁ ୬୨କୁ ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାୟ ୨୦ ହଜାର ଶିକ୍ଷକ।ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ଅବସର ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମାକୁ ୬୦ ରୁ ୬୨କୁ ବୃଦ୍ଧି ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ। ସରକାରକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ଯାହାକୁ ନେଇ ଆଜି ଗୁରୁ ଦିବସରେ ଗୁରୁଙ୍କ ପ୍ରତି ହୋଇଥିବା ଅବହେଳାକୁ ଜଣାଇବାକୁ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଅଧ୍ୟାପକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |