ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର), ୫।୯:-ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ ହେଲା। ଜୟନ୍ତୀ ନଗର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ଭାଦ୍ରବ ପରିକ୍ରମା ଉତ୍ସବରେ ଜାଜକ ଓ କର୍ମୀ ବୃନ୍ଦ ଙ୍କ ସହ ଡାବୁଗାଁ ଅଂଚଳର ଦୁଇଶହ ରୁ ଉର୍ଦ୍ଧ ଗୁରୁ ଭାଇ ,ଡାବୁଗାଁ ର ଭଦ୍ର ବ୍ୟକ୍ତି ଓ ଗୁରୁ ମାଆ ଙ୍କ ଗହଳିରେ ସତସଙ୍ଗ ଅନୁଷ୍ଠିତ ହେଲା l ଏହି ଅବସରରେ ଗୁରୁଭାଇ ମାନଙ୍କ ଦ୍ୱାରା ଯାଜନରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଜୀବନ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l ଶେଷରେ ଜୟ ରାଧେ ରାଧେ କୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ, ପରେ ବନ୍ଦେ ପୁରୁଷୋତ୍ତମ ଧ୍ୱନୀ ସହ ଜୟ ଜୟ କାର ଧ୍ବନୀରେ ସମାପନ ହୋଇଥିଲା ସତସଙ୍ଗ l ସମସ୍ତଙ୍କ ପାଇଁ ଗୁରୁ ଭାଇ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଦ୍ୱରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |