ଭୁବନେଶ୍ୱର,୫ା୯: ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ | ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ରାଜ୍ୟର ସବୁ ବିଭାଗକୁ ଚିଠି ଲେଖି ଏନେଇ ଅବଗତ କରାଯାଇଛି ।ଭାରତ ସଂଚାର ନିଗମ ଲିମିଡେଟ୍ (ବିଏସ୍ଏନ୍ଏଲ୍)ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଏସ୍ଏନ୍ଏଲ୍ ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍ଏନ୍ଏଲ୍ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ କଡ଼ା ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି।ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ। BSNL ବ୍ରଡ୍ବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍, ଲିଜ ଲାଇନ ସେବା ବ୍ୟବହାର ହେବ। ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |