ରାଜ୍ୟରେ ଗଡ଼ିବ ୬ ଶହ ଇ-ବସ୍

ଭୁବନେଶ୍ୱର,୫ା୯:ରାଜ୍ୟରେ ଗଡ଼ିବ 600 e-ବସ୍। ଏନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା ପାଇଁ ଆଗକୁ e ବସକୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି। ରାଜ୍ୟରେ 1000 e- ବସର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର 200 e- ବସ ଆଣିବେ।ଏଣିକି ଓଡ଼ିଶାର ରାଜ ରାସ୍ତାରେ ଗଡ଼ିବ ଇ-ବସ୍ । ଗୁରୁ ଦିବସରେ ମୋହନ ମାଝୀ ସରକାରର ବଡ଼ ଘୋଷଣା । ଏଣିକି ଇ-ବସରେ ବସି ଯା ଆସ କରିବେ ପିଲା, ଭେଣ୍ଡା, ବୁଢା  । କେବଳ କ୍ୟାପିଟାଲରେ ନୁହେଁ  ଲୋକଙ୍କୁ ଆରାମଦାୟକ ଯାତ୍ରା ସାଙ୍ଗକୁ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ମୋହନ ମାଝୀ ସରକାର ରାଜ୍ୟ ଆଗାମୀ ଦିନରେ ୨ ଶହ ଅଧିକ ଇ-ବସ୍ ଚଲାଇବେ ବୋଲି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!