ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର,୫ା୯: ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର କହିଛନ୍ତି।ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ୨ଟି ବଡ଼ ଆହ୍ବାନ ଦେଇ କହିଛନ୍ତି, ଡ୍ରପ୍‌ ଆଉଟ୍‌ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ତଥ୍ୟ ଅନୁସାରେ ୨୪% ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି। ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କରିଛୁ। ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେଉଛନ୍ତି। ଫଳରେ ଡ୍ରପ୍‌ ଆଉଟ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ନିପୂଣ ଓଡ଼ିଶା ମିଶନକୁ ପୁରିଲା ବର୍ଷେ । ଗପ, ଗୀତ ଓ ଖେଳରେ ଭଲ କରିବେ । ଭାଷା ସୁଦୃଢ ହେବ । ପଠନ ଅଭିଯାନ ଆଜି ଆରମ୍ଭ ହୋଇଛି । ଏହି ମିଶନରେ ନୂଆ ଭାବେ ଆଜିଠୁ ପଢ଼ିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହେଲା ।ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରତି ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ମଡେଲ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ୮ ଶହ ୩୫ ମଡେଲ ସ୍କୁଲ ତିଆରି ହେବ । ପ୍ରତି ବିଦ୍ୟାଳୟରେ ଖର୍ଚ୍ଚ ହେବ ୫ରୁ ୭କୋଟି ଟଙ୍କା । କ’ଣ କଲେ ଗୁଣାତ୍ମକ ଶିକ୍ଷା ବଢିବ ତାକୁ ଗୁରୁତ୍ଵ ଦିଆଯିବ । ଶିଶୁ ବାଟିକାରେ ଜଣେ ଲେଖାଏଁ ଶିଶୁ ସେବିକା ନିଯୁକ୍ତି ହେବେ ।ଗତ ବର୍ଷ ବଜେଟରୁ ୧୮ପ୍ରତିଶତ ଅଧିକ ଏଥର ଶିକ୍ଷା ବଜେଟ । ଅନ୍ୟ ବିଭାଗ ଅପେକ୍ଷା ବେଶୀ । ୩୧ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଶିକ୍ଷା ବଜେଟକୁ ନେଇ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗୋଟିଏ ରାଜ୍ୟ । ଆଗାମୀ ୩ ବର୍ଷରେ ୪୫ ହଜାର ରେଗୁଲାର ଶିକ୍ଷକ ନିଯୁକ୍ତି ହେବେ । ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ହେବ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!