ହାଇ ଆଲର୍ଟରେ ମୁମ୍ବାଇ, ୩୪ଟି ମାନବ ବୋମା ବିସ୍ଫୋରଣ ଧମକ

ନୂଆଦିଲ୍ଲୀ,୫।୯: ହାଇ ଆଲର୍ଟରେ ମୁମ୍ବାଇ। ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ। ୩୪ଟି ମାନବ ବୋମା ବିସ୍ଫୋରଣ ହେବ।ମୁମ୍ବଇରେ ଆତଙ୍କ ଖେଳାଇବାକୁ ଧମକ ଦିଆଯାଇଛି । ଫୋନ୍‍ କରିଥିବା ବ୍ୟକ୍ତି ମୁମ୍ବଇରେ ଗୋଟିଏ ପରେ ଗୋଟିଏ ୩୪ଟି ବିସ୍ଫୋରଣ କରିବାକୁ ଧମକ ଦେଇଛି । ଏହାପରେ ମୁମ୍ବଇ ପୁଲିସ ସତର୍କ ରହିଛି ।କୁହାଯାଉଛି ଯେ ଏହି ଧମକ ଏକ ଫୋନ୍‍ କଲ୍‍ ମାଧ୍ୟମରେ ଦିଆଯାଇଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ମୁମ୍ବଇ ପୁଲିସ କହିଛି ଯେ ଏକ ଧମକପୂର୍ଣ୍ଣ ଫୋନ୍‍ ପାଇବା ପରେ ପୁଲିସ ହାଇ ଆଲର୍ଟରେ ରହିଛି । ଫୋନ୍‍ କରିଥିବା ବ୍ୟକ୍ତି କହିଥିଲେ ଯେ ୩୪ଟି ଗାଡିରେ ୩୪ଟି ମାନବ ବୋମା ରଖାଯାଇଛି ଏବଂ ସେମାନଙ୍କ ପାଖରେ ୪୦୦ କିଲୋଗ୍ରାମ ଆରଡିଏକ୍ସ ଅଛି । ଏହି ବୋମା ବିସ୍ଫୋରଣ ସମଗ୍ର ସହରକୁ ଥରାଇ ଦେବ ।ପୁଲିସ କହିଛି ଯେ ଏହି ଧମକପୂର୍ଣ୍ଣ କଲ୍‍ ମୁମ୍ବଇ ଟ୍ରାଫିକ୍‍ ପୁଲିସର ହେଲ୍ପଲାଇନ୍‍ ନମ୍ବରରେ ଆସିଥିଲା । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଲସ୍କର-ଏ-ଜିହାଦି ନାମକ ଏକ ସଂଗଠନ ଦ୍ୱାରା ଏହି ଧମକ ଦିଆଯାଇଛି । ଏହି ଧମକ ପରେ, କେବଳ ମୁମ୍ବଇ ନୁହେଁ ବରଂ ସମଗ୍ର ରାଜ୍ୟକୁ ସତର୍କ ରଖାଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!