ନୂଆଦିଲ୍ଲୀ ,୬।୯: ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । କୁହାଯାଉଛି ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିଲା । ଏହି ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ପୁଲିସ ।ଚୋରି ହୋଇଥିବା କଳଶର ଓଜନ ୭୫୦ ଗ୍ରାମ ଓ ଏହା ସୁଧ ସୁନାରେ ତିଆରି ହୋଇଥିଲା ବୋଲି କୁହାଯାଉଛି। ଏହି କଳଶରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ପାନ୍ନା ଜଡିତ ହୋଇଥିଲା। ଏହି ଚୋରି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବ୍ୟବସାୟୀ ସୁଧୀର ଜୈନ ସବୁଦିନ ଭଳି ସେଦିନ ମଧ୍ୟ ପୂଜା ଲାଗି କଳଶ ନେଇ ଆସିଥିଲେ ଓ ସେହିଦିନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲୋକସଭା ବାଚସ୍ପତି ଓମ ବିରଳା ମଧ୍ୟ ପହଞ୍ଚିଥିଲେ।କୁହାଯାଉଛି ଓମବିରଳାଙ୍କ ସ୍ୱାଗତ କାଳରେ ଅଞ୍ଚଳ ଜନାରଣ୍ୟ ହୋଇ ପଡିଥିଲା ଓ ସେହି ଭିଡ ମଧ୍ୟରେ କେହି ସୁନା କଳଶ ନେଇ ପଳାଇଛି। ଏହି ଘଟଣା ଗତ ମଙ୍ଗଳବାରର। ବ୍ୟବସାୟୀ ସୁଧୀର ଜୈନ କହିଛନ୍ତି ଯେ ଏହି କଳଶଟି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଓ ସେ ତାକୁ ଧାର୍ମିକ ଭାବନାରେ ଗଢେଇଥିଲେ। ସୁନା କଳଶ ଚୋରି ହୋଇଯାଇଥିବା ଜାଣିବା ପରେ ସେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚିତ କରିଥିଲେ। ପୋଲିସ ଅନୁସାରେ ଲାଲକିଲ୍ଲା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସନ୍ଦିଗ୍ଧର ଗତିବିଦ୍ଧି ରେକର୍ଡ ହୋଇଛି ଓ ଅଧିକାରୀମାନେ ସନ୍ଦିଗ୍ଧକୁ ଚିହ୍ନଟ ମଧ୍ୟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |