ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ

ଭୁବନେଶ୍ବର ,୭୯:ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ତଳିଆ ଅଞ୍ଚଳରେ ପଶିବ ପାଣି, ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ` । ମହାନଦୀରେ ଆସୁଛି ଛୋଟ ବନ୍ୟା’ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ସେପଟେ ଜଳକା, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ କମିଛି ପାଣି । ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ବତ୍ତମାନ ୧୨ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୬ ଟି ଗେଟ ଖୋଲାଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ ।ଆଜି ସନ୍ଧ୍ୟା ୬ଟାରେ ୫.୫୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ । ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି । ଜଳକା, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ମାତ୍ର ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେବି ବସ୍ତା ବ୍ଲକରେ ଶହ ଶହ ହେକ୍ଟର ଚାଷ ଜମି ଉପରେ ଲହଡ଼ି ମାରୁଛି ବନ୍ୟା ଜଳ । ଫସଲ ନଷ୍ଟ ନେଇ ଚାଷୀ ଚିନ୍ତାରେ ଥିବାବେଳେ ଅନେକ ଲୋକଙ୍କ ଘର ପାଣି ଘେରରେ ।ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମୁଣ୍ଡଳୀରେ ବର୍ତ୍ତମାନ ୬.୧୬ ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ମୁଣ୍ଡଳୀରେ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସାରିଛି । ତାପରେ କମିବ । କାରଣ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!