ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ ସାରା ଦେଶରେ ଏସ୍‌ଆଇଆର୍‌ ଆରମ୍ଭ କରିପାରନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ କମିଶନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ସମ୍ମିଳନୀର ଆୟୋଜନ କରିଛନ୍ତି।ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ଗତ ଜୁନ୍‌ ୨୪ରେ ଇସିଆଇ ନିଷ୍ପତ୍ତି ନେଇଥିଲେ। ତେବେ ଆଗକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସେଠାରେ ପ୍ରଥମେ ଏସ୍‌ଆଇଆର୍‌ ଆରମ୍ଭ କରିଥିଲେ। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉପଯୁକ୍ତ ସମୟରେ ନିର୍ଦ୍ଦେଶନାମା ଜାରି ହେବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଥିଲା। ସେପ୍ଟେମ୍ବର ୧୦ରେ ହେବାକୁ ଥିବା ବୈଠକରେ ସମସ୍ତ ସିଇଓ ଉପସ୍ଥିତ ରହି ସେମାନଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ସଂଖ୍ୟା ଏବଂ ପୂର୍ବରୁ ହୋଇଥିବା ସଂଶୋଧନର ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି। ଦ୍ୱାରକାରେ ଥିବା କମିଶନଙ୍କ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେମୋକ୍ରାସି ଅଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (ଆଇଆଇଆଇଡିଇଏମ୍‌)ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଷୀ ସିଇଓମାନଙ୍କୁ ଭେଟିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!