ରେଲୱେ କଲୋନୀରେ ରାତି ଅଧରେ ଫୁଟିଲା ଗୁଳି

ଝାରସୁଗୁଡ଼ା,୭ା୯:ଝାରସୁଗୁଡ଼ା ରେଲୱେ କଲୋନୀରେ ରାତି ଅଧରେ ଫୁଟିଲା ଗୁଳି ।ଗଣେଶ ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା କୁହାଯାଉଛି । ଗତକାଲି ଗଣେଶ ପୂଜା ଭସାଣୀ ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି ଦୁଇ ଜଣ ଅଜଣା ଯୁବକ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।ରେଳବାଇ କର୍ମଚାରୀ ଦଶରଥ ସୁନାଙ୍କ ଘରକୁ ରାତି ୨ ଟା ସମୟରେ ୬ ରାଉଣ୍ଡ ଗୁଳି ଫାଇରିଂ ହେଇଥିବା କରାଯାଇଛି । ପ୍ରଥମ ତିନୋଟି ଗୁଳି ଘର ଲୁହା କବାଟ କଣା କରି ଘରଭିତରେ ପଶିଥିଲା । ଭିତରେ ଥିବା କୁଲରରେ ଛିଦ୍ର କରି ଦେଇଛି। ସୌଭାଗ୍ୟବଶତଃ ଘରେ ପରିବାର ଶୋଇଥିବା ବେଳେ ମଧ୍ୟ ଜନଜୀବନ ହାନୀ ହୋଇନି । ଅନ୍ୟ ତିନୋଟି ଗୁଳି ଉପରକୁ ବ୍ଲାଙ୍କ ଫାୟରିଂ କରି ଫେରାର ମାରିଥିଲେ ଦୁର୍ବୃତ୍ତ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!