ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଭୁବନେଶ୍ବର,,୭ା୯: ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ଦୁଇଟି ପରୀକ୍ଷା ପରିଚଳନା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ସେମାନେ ବ୍ୟବହାର କରିଥିବା ଟେକନିକ ବ୍ୟବହାର ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ।ଗତକାଲି ବୋର୍ଡ ପକ୍ଷରୁ ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ନେଇ ଘୋଷଣା ହୋଇଥିଲା। ଏହପରେ ଆଜି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ପରୀକ୍ଷା କରାଯିବ। ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ଯିବ। ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ହେବ ପରୀକ୍ଷା।ରାଜ୍ୟର  ୧୯୩ କେନ୍ଦ୍ରରେ ପରୀକ୍ଷା ହେବ। ୧୭ ତାରିଖରୁ ବୋର୍ଡ ୱେବସାଇଟ www.bseodisha.ac.inରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ। ୨୭ ଯାଏ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ୍‌ କରିପାରିବେ।ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!