ଭୁବନେଶ୍ୱର ,୦୮/୦୯: ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। କ୍ୟାମ୍ପସରୁ ଅଣ ଛାତ୍ର ହଟାଇବା ପାଇ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ତଡ଼ିବା ଅଭିଯାନରେ ନିଜେ ଭିସି, ଅଧ୍ୟାପକ ଓ ଅଧ୍ୟାପିକା ସାମିଲ୍ ହୋଇଛନ୍ତି । ଅଣଛାତ୍ରଙ୍କୁ ଚିହ୍ନଟ ପାଇଁ ହଷ୍ଟେଲରେ କରାଯାଉଛି ଯାଞ୍ଚ । ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ୧,୨,୩ ଓ ୫ ନମ୍ବର ହଷ୍ଟେଲରୁ ତଡ଼ା ଖାଇବେ ।ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ । ହଷ୍ଟେଲ ୧,୨,୩,୫ରୁ ଅଣଛାତ୍ର ବାହାର କରିବା ପାଇ ପୋଲିସର ସହାୟତା ମାଗିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଉତ୍କଳ କ୍ୟାମ୍ପସରେ ପହଞ୍ଚିଲା ଡଙ୍ଗା ନିୟନ୍ତ୍ରଣକାରୀ ଯାନ । କ୍ୟାମ୍ପସରେ ଥିବା ସବୁ ହଷ୍ଟେଲରେ ଚାଲିଛି ଯାଞ୍ଚ । ପ୍ରତି ହଷ୍ଟେଲ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରେସନ ପାଇଁ ବିଶେଷ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |