ରାଜନଗର,,୮।୯: ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮)। ଆଜି ଏ ନେଇ ଖବର ପାଇବା ପରେ ବନ ବିଭାଗ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରି ନାହିଁ। ଗତ ବୁଧବାର ସକାଳୁ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଅଞ୍ଜନା ଓ ରତୀନ୍ଦ୍ରଙ୍କ ସହ ଗାଁର ଅହଲ୍ୟା ମଣ୍ଡଳ, ତାଙ୍କ ପୁଅ ଚନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ। ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |