ଗଞ୍ଜାମ,୮।୯:ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର ସହର। ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି। ସହରର ବ୍ୟସ୍ତ ବହୁଳ ରାସ୍ତା କମାପଲି ଠାରୁ ଟାଟାବେଞ୍ଜ ଛକ ଯାଏ ଜବରଦଖଲ ଉଚ୍ଛେଦ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଲଡୋଜର ବୁଲିଛି।ବ୍ରହ୍ମପୁର ସହରରେ ଯେଭଳି ଲୋକେ ଶାନ୍ତି ଶୃଙ୍ଖଳାରେ ପୂଜା ପାଳିବେ ସେଥିପାଇଁ ପ୍ରଶାସନ ଏବେ ଆକ୍ସନ ମୁଡରେ। ସରକାରୀ ଜାଗାରେ ଜବରଦଖଲକୁ ଉଚ୍ଛେଦ ସହ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭରଙ୍କୁ ସାବଡ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ସେପଟେ ଲୋକେ ବି ଏହାକୁ ସ୍ବାଗତ କରିଛନ୍ତି ।ସରକାରୀ ଜାଗାକୁ ମାଡି ବସିଥିବା ଦୋକାନ ଓ ଘରକୁ ଭାଙ୍ଗିଛି। ଟ୍ରାଫିକ ଜାମରେ ସନ୍ତୁଳି ହେଉଥିବା ଲୋକେ ଜବରଦଖଲ ଉଚ୍ଛେଦକୁ ପ୍ରଶଂସା କରିଥିବା ବେଳେ କିଛି ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |