ଭୋଟର ତାଲିକା ସଂଶୋଧନ ପାଇଁ ଆଧାର ବୈଧ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ,୮ା୯: ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପାଇଁ ନିର୍ବାଚନ କମିଶନକୁ ଆଧାର କାର୍ଡକୁ ପରିଚୟ ପ୍ରମାଣ ଭାବେ ଗ୍ରହଣ କରିବାକୁ ହେବ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୋୟମାଲ୍ୟ ବାଗଚୀଙ୍କ ବେଞ୍ଚ ଆଧାରକୁ ୧୧ଟି ଅନ୍ୟ ବୈଧ ଡକ୍ୟୁମେଣ୍ଟ ସହିତ ୧୨ତମ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବିହାର ଏସ୍‌ଆଇଆର୍ ଉପରେ ସୁପ୍ରିମକୋର୍ଟ ବଡ଼ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏସ୍‌ଆଇଆର୍‌ରେ ପରିଚୟ ପତ୍ର ପାଇଁ ଆଧାର କାର୍ଡକୁ ୧୨ତମ ଦସ୍ତାବିଜ ରୂପେ ବିବେଚନା କରାଯିବା ଦରକାର । ମତଦାନ ସୂଚୀରେ କୌଣସି ମତଦାତାଙ୍କୁ ସାମିଲ/ବହିଷ୍କାର କରିବା ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିଙ୍କ ପରିଚୟ ସ୍ଥିର କରିବା ପାଇଁ ଆଧାର କାର୍ଡକୁ ମଧ୍ୟ ଦୃଷ୍ଟିରେ ରଖାଯିବା ଦରକାର ।ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ବିହାରରେ ଏସ୍‌ଆଇଆର୍‌ରେ ମତଦାତା ପରିଚୟ ପାଇଁ ଆଧାରକୁ ଦସ୍ତାବିଜ ରୂପେ ବିଚାର କରିବା ପାଇଁ କହିଛନ୍ତି । ଏହାସହ ଏହା ନାରକିରତା ପ୍ରମାଣପତ୍ର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ ଶୁଣାଣି ବେଳେ କହିଥିଲେ, ୭.୨୪ କୋଟି ମଧ୍ୟରୁ ୯୯.୬ ପ୍ରତିଶତ ଲୋକ ଦସ୍ତାବିଜ ଜମା କରିସାରିଛନ୍ତି । ପୂର୍ବ ଆଦେଶରେ ୬୫ ଲକ୍ଷ ଲୋକଙ୍କ ପାଇଁ ଆଧାର ଅନୁମତି ଦିଆଯାଇଥିଲା । ବହୁ ସଂଖ୍ୟାରେ ଲୋକଙ୍କୁ ଭୁଲ ଭାବରେ ବାହାର କରାଯାଇଥିବା ନେଇ କୌଣସି ଆବେଦନକାରୀ ଅଭିଯୋଗ କରିନାହାନ୍ତି ।ବିହାରରେ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ‘ସ୍ୱତନ୍ତ୍ର ସଂଶୋଧନ’ (SIR) ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ଆଦି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଏହା ମାଧ୍ୟମରେ ସେମାନଙ୍କ ସମର୍ଥକ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଉଛି। କଂଗ୍ରେସ ମଧ୍ୟ ଭାଜପା ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ‘ଭୋଟର ଜାଲିଆତି’ ପାଇଁ ଏକାଠି ହୋଇଥିବା ଅଭିଯୋଗ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!