ଭୁବନେଶ୍ବର ୯।୯: ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହେବେ କି ନାହିଁ ଆଲୋଚନା ହେବ। ଏନେଇ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ ଖାଦ୍ୟ, ଯୋଗାଣ, ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୁଭଦ୍ରା ପୋର୍ଟଲରେ ମୃତ ହିତାଧିକାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଥିଲେ ପ୍ରଭାତୀ ପରିଡ଼ା। ସମସ୍ତ ଜୀବିତ ଅଧିକାରୀ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ପାଇବେ। କେୱାଇସି ଡେଟା ଏଣ୍ଟ୍ରିରେ ସମସ୍ତଙ୍କ ପାଇଁ ଏହି ତ୍ରୁଟି ଉପୁଜିଥିବା ଦେଖିବାକୁ ମିଳିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।ଭୁଲ ମୃତ ଦର୍ଶାଯାଇଥିବାରୁ ଦ୍ୱିତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି । ଅଗଷ୍ଟ ୧୫ ପରେ ଗାଁ ଗାଁ ବୁଲି ସର୍ଭେ କରାଯିବ। ଗତ ୯ ତାରିଖରେ ରାଜ୍ୟ ସରକାର ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି । ସରକାରଙ୍କ ସୂଚନା ଅନୁସାରେ ପାଖାପଖି ୧ କୋଟି ମହିଳାଙ୍କୁ ଏ ଟଙ୍କା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |