ଭୁବନେଶ୍ୱର ୦୯।୦୯ : ବିଜେଡିକୁ ଡବଲ ଝଟ୍କା । ବିଜୁ ଜନତା ଦଳ ଛାଡିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଏବଂ ଲାଲ୍ବିହାରୀ ହିମିରିକା। ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିଥିବା ସୂଚନା ।ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା।ଜିଲ୍ଲା ସଭାପତି ଚୟନକୁ ନେଇ ବଢ଼ିଲା ଅସନ୍ତୋଷ । ଶେଷରେ ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଏନ୍ ଭାସ୍କର ରାଓ । ବିଜେଡି ପ୍ରାଥମିକ ପଦରୁ ସେ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଡାକି ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଭାସ୍କର ରାଓ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |