ନୂଆଦିଲ୍ଲୀ,୯।୯:ନେପାଳରେ ସ୍ଥିତି ଅଣାୟତ୍ତ । ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ରାଷ୍ଟ୍ରପତି । ବିରୋଧର ପରେ ଶେଷରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍(ୟୁଏନ୍ଏଲ୍)-କଂଗ୍ରେସ ମେଣ୍ଟ ସରକାର ଗତ ଗୁରୁବାରଠାରୁ ନେପାଳରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, X, ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଲିଙ୍କେଡ୍ଇନ୍, ରେଡିଟ୍ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାକୁ ନେଇ ଦେଶରେ ବିରୋଧ ଦେଖାଯାଇଥିଲା। ଫଳରେ ସରକାର ଏହା ଉପରୁ ନିଷେଧାଦେଶ ଉଠାଇଦେଇଥିଲେ। ଏହାର କିଛି ଘଣ୍ଟା ପରେ ପ୍ରଧାନମନ୍ତନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେନା ଦେଶର ଶାସନ ଭାର ନିଜ ହାତକୁ ନେଇପାରେ । ଖୁବଶୀଘ୍ର ଦେଶବାସୀଙ୍କୁ ସମ୍ଭୋଧିତ କରିବେ ଆର୍ମି ମୁଖ୍ୟ ଅଶୋକ ରାଜ ସିଙ୍ଗଦେଲ୍ ।ସେଠାକାର ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ସଂସଦ ଭବନରେ ପଶି ଲଙ୍କାକାଣ୍ଡ କରିଛନ୍ତି Gen Z। ସଂସଦର ଉଭୟ ଗୃହରେ ପୋଡ଼ା ଜଳା କରିଛନ୍ତି । ଖାଲି ସଂସଦ ନୁହେଁ ନେପାଳର ରାଜଧାନୀ କାଠମାଣ୍ଡୁ ଏବେ ସମ୍ପୂର୍ଣ୍ଣ ଭାବେ ବିକ୍ଷୋଭକାରୀଙ୍କ କବଜାରେ ।ନେପାଳରେ ସୋସିଆଲ ମିଡିଆ ବନ୍ଦ ହେବା ପରେ ଦେଖାଦେଇଥିଲା ଭୟଙ୍କର ଅଶାନ୍ତି । ହଜାର ହଜାର ଯୁବକ ଓ ଯୁବତୀ ଏହି ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିଥିଲେ । ପରେ ପିରୋଧ ପ୍ରଦର୍ଶନକାରୀମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ସଂସଦ ପରିସର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ପ୍ରଦର୍ଶନକାରୀମାନଙ୍କୁ ଅଟକାଇବା ପରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଏପର୍ଯ୍ୟନ୍ତ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 300 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |