ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀକୁ ପୋଡ଼ି ମାରିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ,୯।୯:ଜଳୁଛି ଅଶାନ୍ତିର ନିଆଁ। ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି ସାଂଘାତିକ ହେଲାଣୀ। ବିକ୍ଷୋଭକାରୀଙ୍କ କବଜାରେ ପୁରା ରାଜଧାନୀ କାଠମାଣ୍ଡୁ ଏପରି ପରିସ୍ଥିତି ହେଲାଣୀ କି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ।ପ୍ରଦର୍ଶନକାରୀଙ୍କ ଏକ ଗ୍ୟାଙ୍ଗ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ପ୍ରତିବାଦକାରୀମାନେ ଟାର୍ଗେଟ କରିଥିଲେ।ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝଲାନାଥ ଖଲାନଙ୍କ ସ୍ତ୍ରୀକୁ ଜାଳି ମାରିଦେଲେ ବିକ୍ଷୋଭକାରୀ।ନେପାଳ ସରକାର ସୋସିଆଲ ମିଡିଆ ଉପରେ ଲଗାଇଥିବା ପ୍ରତିବନ୍ଧକ ପାଇଁ ନେପାଳରେ ଉତ୍ତେଜନା ଦେଖାଦେଇଥିଲା।ରାଜରାସ୍ତାକକୁ ଶହ ଶହ ଯୁବକ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନ ଏବେ ହିସାଂତ୍ମକ ପରିସ୍ଥିତି ସୃଷ୍ଟି କରିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିିବନ୍ଧକ ହଟାଇବା ଦାବିରେ ଜୋରଦାର ହୋଇଥିଲା ବିକ୍ଷୋଭ ପ୍ରଦର୍ଶନ।ନେପାଳର ଯୁବପିଢ଼ି ପୂର୍ବରୁ ଦୁର୍ନୀତି, ଏକଚ୍ଛତ୍ରବାଦ, ଆର୍ôଥକ ଅସମାନତା ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ।।କିନ୍ତୁ ଯେତେବେଳେ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ନିଜ ସ୍ୱପ୍ନ ବୁଣୁଥିବା ଯୁବପିଢ଼ିଙ୍କ ସୁଅ ରାସ୍ତାକୁ ମାଡ଼ି ଆସିଥିଲା। ଦେଖୁ ଦେଖୁ ନେପାଳର ପ୍ରମୁଖ ସହରଗୁଡ଼ିକର ରାସ୍ତା ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲା।ନେପାଳ ପୁଲିସ ଗୁଳିରେ ୨୧ଜଣ ଲୋକ ପ୍ରାଣ ହରାଇଲେ। ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯୁବ ପ୍ରଦର୍ଶନକାରୀମାନେ ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।କିନ୍ତୁ ସୁରକ୍ଷା ବାହିନୀ ବଳ ପ୍ରୟୋଗ କରି ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲେ। ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଉତ୍ତେଜନା ବୃଦ୍ଧି ପାଉଛି ଦେଖି ସରକାର ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!