ନୂଆଦିଲ୍ଲୀ,୯।୯: ନେପାଳରେ ଚାଲିଥିବା ଭୟଙ୍କର ବିକ୍ଷୋଭ ପରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି ।ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ଅଧା ବାଟରୁ ଫେରିଆସିଛି। ମଙ୍ଗଳବାର ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନ ମିଳିବାରୁ ଦିଲ୍ଲୀ ଏବଂ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଭାରତ ଫେରିଆସିଛି। ଏପରିକି ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନର ଉଡ଼ାଣ ବାତିଲ ହୋଇଯାଇଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ନେପାଳର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ଏପରିକି ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ କରାଯାଇଛି। ନେପାଳ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି କହିଲେ ସ୍ଥାନୀୟ ଏସ୍ପି ପ୍ରବୀଣ ପ୍ରକାଶ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |