ବଦଳିଲା ବାଲିଯାତ୍ରା ନାଁ

ଭୁବନେଶ୍ୱର,୧୨।୯: ବାଲିଯାତ୍ରା ନାଁ ବଦଳି ଐତିହାସିକ ବାଲିଯାତ୍ରା କଟକ ୨୦୨୫ କରାଯାଇଛି । ପୂର୍ବରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଚଳିତ ବର୍ଷର ବାଲିଯାତ୍ରା । ଏଥର ଉପର ବାଲିଯାତ୍ରା ପଡିଆରେ ହେବନି ବାଲିଯାତ୍ରା । କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ଏଥର ହେବନି ଯାତ୍ରା । ୩୪ଏକ ପରିବର୍ତ୍ତେ ୬୦ଏକର ଜାଗାରେ ହେବ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପୋର୍ଟାଲରେ ରହିବ ସମସ୍ତ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲାପାଳ ।ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ହେବନି ଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି । କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ଚଳିତ ବାଲିଯାତ୍ରା ।34 ଏକର ପରିବର୍ତ୍ତେ 60 ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ଏନେଇ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!