ନୂଆଦିଲ୍ଲୀ, ୧୨।୯: ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ୍। ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଶପଥ ଗ୍ରହଣ ଉତ୍ସବ ସମାରୋହ ଅବସରରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ।ବିଜେପି ନେତୃତ୍ୱାଧୀନ ଏନଡିଏର ସଂଖ୍ୟାଗତ ଶକ୍ତିକୁ ଦୃଷ୍ଟିରେ ରଖି ରାଧାକୃଷ୍ଣନଙ୍କ ବିଜୟ ଆଶା କରାଯାଉଥିଲା। ଯାହାର କାଗଜପତ୍ରରେ ୪୨୭ ସାଂସଦ ଥିଲେ ଏବଂ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ୧୧ ସାଂସଦ ଏବଂ ଅନେକ ଛୋଟ ଦଳଙ୍କଠାରୁ ଅତିରିକ୍ତ ସମର୍ଥନ ପାଇ ଆରାମରେ ୩୭୭ର ଅଧା ସୀମା ଅତିକ୍ରମ କରିଯାଇଥିଲା। ତାଙ୍କ ସପକ୍ଷରେ କ୍ରସ୍ ଭୋଟିଂ ହେବାର ମଧ୍ୟ ସୂଚନା ମିଳିଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫା ଯୋଗୁ ନିର୍ବାଚନ ଜରୁରୀ ହୋଇପଡ଼ିଥିଲା।ତାଙ୍କ ବିଜୟ ପରେ ଗୁରୁବାର ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ମୁର୍ମୁ ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।ଶପଥ ଗ୍ରହଣ ପୂର୍ବରୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଦିଲ୍ଲୀରେ ପହଞ୍ଚିଥିଲେ ସିପି ରାଧାକ୍ରିଷ୍ଣନ। ପୂର୍ବାହ୍ନ ପ୍ରାୟ ୧୦ଟାରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଗତ ୯ ତାରିଖ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ବିଜୟୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ୍। ତାଙ୍କୁ ମିଳିଥିଲା ମୋଟ୍ ୪୫୨ ଭୋଟ୍। ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |