ନୂଆଦିଲ୍ଲୀ,୧୨।୯ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇଦେବାକୁ ଶୁକ୍ରବାର ମେଲ୍ ଯୋଗେ ଧମକ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ। ପ୍ରାୟ 40 ମିନିଟ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଛି। କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଥିବା ଏବଂ ଅପରାହ୍ନ 2ଟା ସୁଦ୍ଧା ହାଇକୋର୍ଟ ଖାଲି କରିବାକୁ କୁହାଯାଇଛି। ପୁଲିସ ତୁରନ୍ତ ସୁରକ୍ଷା ପ୍ରୋଟୋକଲ୍ କାର୍ଯ୍ୟକାରୀ କରି ସମସ୍ତ ବିଚାରପତିଙ୍କୁ ସେମାନଙ୍କ ଚାମ୍ବରରୁ ବାହାର କରିଦେଇଥିଲା। ଓକିଲ, କର୍ମଚାରୀ ଏବଂ ଲୋକଙ୍କୁ କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି।ପୂର୍ବରୁ ଦିଲ୍ଲୀ ସ୍କୁଲ୍କୁ ବୋମା ଧମକ ମିଳିବା ପରେ ଏବେ ହାଇକୋର୍ଟକୁ ମିଳିଛି ଧମକ । ମେଲ୍ ପାଇବା ମାତ୍ରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ଯାଞ୍ଚ ଆରମ୍ଭ କରିଛନ୍ତି । କୋର୍ଟ ପରିସରକୁ ମଧ୍ୟ ଖାଲି କରିଛନ୍ତି। ଜଜ୍, ଓକିଲ ସମେତ ସମସ୍ତ ଲୋକଙ୍କୁ ପରିସରୁ ବାହାରକୁ ଅଣାଯାଇଛି ।ଦୁର୍ବୃତ୍ତମାନେ ଦିଲ୍ଲୀ ପୁଲିସକୁ ଇମେଲ୍ ଯୋଗେ ଏହି ଧମକ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ୩ଟି ରୁମରେ ବିସ୍ଫୋରଣ ଧମକ ପୁଲିସ ପାଇଛି। ପ୍ରାୟ ୧୧ଟାରେ ସୂଚନା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ୨ ଟା ସୁଦ୍ଧା କୋର୍ଟ ଖାଲି କରିବାକୁ ଧମକ ଦେଇଛନ୍ତି। କୋର୍ଟରେ ଥିବା ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ମେଲ୍ରେ ଉଲ୍ଳେଖ ରହିଛି, ବିଚାରପତି କୋଠରୀ ଏବଂ କୋର୍ଟ ପରିସରରେ ୩ଟି ବୋମା ରଖାଯାଇଛି, ଅପରାହ୍ନ ୨ଟା ସୁଦ୍ଧା ପରିସର ଖାଲି କରନ୍ତୁ। ପ୍ରଥମେ ହିନ୍ଦୀ ଓ ପରେ ସମ୍ପୂର୍ଣ୍ଣ ମେଲ୍ ଇଂରାଜୀରେ ଲେଖାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |