ଆଜିଠାରୁ ମା କଟକ ଚଣ୍ଡୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

କଟକ,୧୪ା୯:ମନ୍ଦିରରେ ଆରମ୍ଭ ହୋଇଛି କଟକର ଆରାଧ୍ୟ ଦେବୀ ମା କଟକ ଚଣ୍ଡୀ ଙ୍କ ଷୋଡ଼ଶ ଉପଚାର ପୂଜା।  ଆଜିଠାରୁ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ସହ ପ୍ରତିଦିନ ଦୁର୍ଲଭ ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡୀ। ହଜାର ହଜାର ଭକ୍ତ ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଆସିବେ।  ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ । କଟକର ଗଡ଼ଚଣ୍ଡୀ, ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ମାଆ ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଆଦିରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ମଣ୍ଡପରେ ମାଆଙ୍କ ମୂର୍ତ୍ତି ଗଢା କାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଛି। କିଛି ଦିନ ତଳେ ମାଆଙ୍କ ମୂର୍ତ୍ତିରେ ଏକମାଟିଆ କାର୍ଯ୍ୟ ସମାପନ ହୋଇଥିଲା। ଏବେ ଦୁଇ ମାଟିଆ କାର୍ଯ୍ୟ ଚାଲିଛି। ଏପଟେ ଚାନ୍ଦିମେଢ ଓ ଅଳଙ୍କାରର ବି ସଫେଇ ଚାଲିଛି।  

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!