ଦୁର୍ଗାପୂଜାରେ ପଲିଥିନ୍ ବ୍ୟାଗ୍‌ରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଅପିଲ୍

ଭୁବନେଶ୍ଵର,୧୭।୯ :    ଭୁବନେଶ୍ଵର ମ୍ୟୁନିସପାଲ କର୍ପୋରେସନ୍ ଚଳିତବର୍ଷ ଦୁର୍ଗାପୂଜାରେ ପଲିଥିନ୍ ବ୍ୟାଗ୍‌ରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଅପିଲ୍ କରିଛି। ପ୍ଲାଷ୍ଟିକ୍ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ । ଏହି କିଓସ୍କ ଗୁଡିକ ବରମୁଣ୍ଡା, ସହିଦ ନଗର, ନୟାପଲ୍ଲୀ, ଝାରପଡା, ଡମଣା ଭଳି ବଡ ବଡ ପୂଜା ମଣ୍ଡପରେ ସ୍ଥାପନ କରାଯିବ। ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟ କ୍ରମେ ଏସବୁ କିଓସ୍କରେ ବସିବେ। ସଚେତନ ଅଭିଯାନ ତଦାରଖ କରିବା ପାଇଁ ବିଏମସି ୩ ଜୋନାଲ ଡେପୁଟି କମିଶନରଙ୍କ ସମେତ ଅଧିକାରୀ ମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!