ପୂଜାକୁ ଭିଜାଇବ ବର୍ଷା,୨୬ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ

  ଭୁବନେଶ୍ବର,୧୭।୯: ସୃଷ୍ଟି ହୋଇପାରେ ଲଘୁଚାପ। ପୂଜାକୁ ଭିଜାଇବ ବର୍ଷା |ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି ।ସୃଷ୍ଟି ହୋଇପାରେ ଲଘୁଚାପ। ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୭ ଓ ୨୮ ତାରିଖରେ ବର୍ଷା ହେବ। ୨୯ ତାରିଖରେ ବି ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।ସେପ୍ଟେମ୍ବର ୨୫ କିମ୍ବା ୨୬ ବେଳକୁ ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ପାଣିପାଗକୁ ବିଗାଡ଼ିବ। ଏପରିକି ପୂରା ପାର୍ବଣ ଫିକା ପଡ଼ିଯିବ। ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେପରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅତ୍ୟନ୍ତ ଶକ୍ତିଶାଳୀ ହେଉଥିବା ଓ ଅଧିକ ଘନୀଭୂତ ହୋଇ ବାତ୍ୟାକୁ ନିମନ୍ତ୍ରଣ କରୁଥିବାରୁ ଦୁର୍ଗାପୂଜାରେ ପାଗକୁ ନେଇ ଏବେଠାରୁ ଆଶଙ୍କା ସୃଷ୍ଟି ହେଲାଣି। ଏପରିକି ସମ୍ଭାବ୍ୟ ଲଘୁଚାପ ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ସେପ୍ଟେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ବଳ ଗୋଟାଇବ। ପ୍ରାଥମିକ ଆକଳନରୁ ଏହା ଲଘୁଚାପ, ସଦୃଶ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି। ଯଦି ସେହି ସମୟରେ ସାମୁଦ୍ରିକ ସ୍ଥିତି ଓ ବାତ୍ୟା ପାଇଁ ସୁହାଉଥିବା କାରକଗୁଡ଼ିକ ଅନୁକୂଳ ରହେ, ତେବେ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ମଧ୍ୟ ରହିଥିବା ଆଶଙ୍କାକୁ ଏଡ଼ାଯାଇ ନ ପାରେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!