ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର).୧୮ା୯ :- ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ବିଶ୍ୱକର୍ମା ପୂଜା। ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ବିଦୂତ ବିଭାଗ, ମିସ୍ତ୍ରୀ ସଙ୍ଘ, ବିଭିନ୍ନ ଗେରେଜ ରେ ପାଳିତ ହେଲା ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୁରାଣ ଓ ଶାସ୍ତ୍ର ଅନୁସାରେ ବିଶ୍ୱକର୍ମା ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହୋଇଥିଲେ । ସେଥିପାଇଁ ଏହି ଶୁଭ ଦିନରେ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତିକୁ ଆବାହନ କରାଯାଏ । ବିଶେଷ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ତାଙ୍କର ପୂଜାର୍ଚ୍ଚନା ବେଶ ଧୁମଧାମରେ କରାଯାଇଥାଏ । ସାରା ରାଜ୍ୟ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |