ଭୁବନେଶ୍ବର,୧୮ା୯: 60 ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ହିତାଧକାରୀଙ୍କୁ ଏନେଇ ଅନ୍ତର୍ଭୁକ୍ତ କରାଯିବ । 60 ବର୍ଷ ପରେ ହିତାଧିକାରୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ । ଅଧିକ ବୟସ୍କ ଓ ଦୂର୍ବଳ ଲୋକଙ୍କୁ ଅଧିକ ପ୍ରଥମିକତା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।୬୦ ବର୍ଷ ବୟସ ପରେ MBPY/NSAP ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ। ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀ ସିଧାସଳଖ MBPY/NSAPରେ ଆସିବେ ନାହିଁ । ସେମାନେ ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି ।ତେବେ ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ିହେବେ ସୁଭଦ୍ରା ହିତାଧିକାରୀ । ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ ହେବେ ସୁଭଦ୍ରା ଲାଭାର୍ଥୀ । ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଏନେଇ ଚିଠି ହୋଇଛି।୬୦ ବର୍ଷ ପରେ MBPY/NSAPରେ ଯେ କୌଣସି ଅଧୀନରେ ପେନସନ ପାଇଁ ଯୋଗ୍ୟ ହେବେ । ଏଥିରେ ରାଜ୍ୟର ୨ ଲକ୍ଷରୁ ଊର୍ଦ୍ଧ୍ବ ସୁଭଦ୍ରା ଲାଭାର୍ଥୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |