ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା

ଭୁବନେଶ୍ୱର, ୧୮।୯:ସ୍କୁଲ ଓ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣା ରେ ବସରେ ଯାଆସ କରିପାରିବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍‌ ସେବାକୁ ଅନୁମୋଦନ ମିଳିଛି । ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବଙ୍କ ଚିଠି ।ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ । ID କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍‌ରେ ମାଗଣା ଯାଇପାରିବେ । ଛାତ୍ରଛାତ୍ରୀ ଯାଉଥିବା ରୁଟ୍‌ ଓ ଟାଇମିଂକୁ ଦେଖିବାକୁ OSRTCକୁ ଅନୁରୋଧ । ଯେପରି ଅଧିକରୁ ଅଧିକ ପିଲା ବସ୍‌ ସେବା ପାଇପାରିବେ ତାହାକୁ ଗୁରୁତ୍ବ । ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!