ଭୁବନେଶ୍ବର,୧୮।୯:ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଲା ଅନାସ୍ଥା। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଇଛନ୍ତି ଚିଠି। ଯେଉଁ ଚିଠିରେ ୧୫ ଜଣଙ୍କ ଦସ୍ତଖତ ରହିଛି। ଅନାସ୍ଥାକୁ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି। ତେବେ ସରକାରଙ୍କୁ ଅଡୁଆରେ ପକାଇବାକୁ କଂଗ୍ରେସ ଏଭଳି କରିଥିଲେ ମଧ୍ୟ ବିଜେଡି ଉପରେ ରହିଛି ସମସ୍ତଙ୍କ ନଜର।ଆଜି ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେସନ। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୋକପ୍ରସ୍ତାବରୁ ଆରମ୍ଭ ହେଲା ଗୃହକାର୍ଯ୍ୟ।ରାଜେନ୍ଦ୍ର ଢ଼ୋଲକିଆ ବିୟୋଗରେ ଶୋକପ୍ରସ୍ତାବ ଆଗତ। ୬ଜଣ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହେଲା।ସେପ୍ଟେମ୍ବର ୨୫ ଯାଏଁ ଚାଲିବ ଅଧିବେସନ। ଅଧିବେସନରେ ହେବ ୭ଟି କାର୍ଯ୍ୟଦିବସ।ବିଧାନସଭାର ସଦସ୍ୟ ଥିବା ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ଅନ୍ୟ ସଦସ୍ୟଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନର୍ଥେ ଗୃହ ମୁଲତବୀ କରାଯାଇଥିଲା। ସେପଟେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି । ବିଜେଡିର ସାର, ନାରୀ ହିଂସା ଓ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଥିବା ବେଳେ ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଆଜି ସନ୍ଧ୍ୟାରେ ଶାସକ ବିଜେପି ଦଳର ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ କାଉଣ୍ଟର ରଣନୀତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |